News On 10
01
ଭାରତ ସହିତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ: ହ୍ୱାଇଟ ହାଉସ୍
ଅର୍ଥନୈତିକ ଅଭିବୃଦ୍ଧି ତଥା ଦ୍ୱିପାକ୍ଷିକ ସହଯୋଗକୁ ବିସ୍ତାର କରିବା ପାଇଁ କ୍ୱାଡ ଭଳି ଗୋଷ୍ଠୀରେ ଭାରତ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ବାଇଡେନ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ହ୍ୱାଇଟ ହାଉସ୍ କହିଛି।
ହ୍ୱାଇଟ ହାଉସ୍ ପ୍ରେସ ସଚିବ କରାଇନ୍ ଜିନ-ପିଅର ବୁଧବାର ଦିନ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଆମେରିକା ଏବଂ ଭାରତର ଏକ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଏଥିରେ ବାଣିଜ୍ୟ ସମ୍ପର୍କ ମଧ୍ୟ ରହିଛି।



