News On 10
01
ପଶ୍ଚିମ ଓଡିଶା ବନ୍ଦ
ସମ୍ବଲପୁର ହିଂସା ପ୍ରତିବାଦରେ ଆଜି ବିଶ୍ବ ହିନ୍ଦୁ ପରିଷଦ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ବୁଧବାର ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ବୁଧବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରହିବ। ସମ୍ବଲପୁର, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୁଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଏବଂ ରାୟଗଡା ଜିଲ୍ଲାରେ ଏହି ବନ୍ଦ ପ୍ରଭାବ ପକାଇଛି।
ଜରୁରୀ ସେବା ଗୁଡିକୁ ଛାଡିଦେଲେ, ଏହି ଜିଲ୍ଲାଗୁଡ଼ିକରେ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି |
କୌଣସି ଅଘଟଣକୁ ରୋକିବା ପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକର ଗୁରୁତ୍ବପୁର୍ଣ୍ଣ ଜଙ୍କସନରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।



