ଓଡ଼ିଆଙ୍କ ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ

ରବିବାର ଦିନ ଜାପାନରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା କ୍ୟାବିନେଟ୍ ଦେଶର ଅନ୍ୟ ଭାଗରେ ତଥା ପ୍ରବାସୀ ଓଡିଆଙ୍କ ପାଇଁ ଏକ ୱାନ୍
ଷ୍ଟପ୍ ପଏଣ୍ଟ ଯୋଗାଯୋଗ ଏବଂ ସମର୍ଥନ ବ୍ୟବସ୍ଥା ସୃଷ୍ଟି କରିବାକୁ “ଓଡିଶା ପରିବାର ନିର୍ଦ୍ଦେଶାଳୟ” ଗଠନ କରିବା ପାଇଁ ନିଷ୍ପତି ନେଇଛି। “ଓଡିଶା ପରିବାର ନିର୍ଦ୍ଦେଶାଳୟ” ଭାରତ ତଥା ବିଦେଶରେ ବିଭିନ୍ନ ସ୍ଥାନରେ ଓଡିଆ ସଙ୍ଗଠନଗୁଡ଼ିକୁ ତାଲିକାଭୁକ୍ତ କରିବ ଏବଂ ଓଡିଆ ଭାଷା, ସଂସ୍କୃତି, ଐତିହ, ପର୍ଯ୍ୟଟନ, କ୍ରୀଡା, ହସ୍ତତନ୍ତ ଏବଂ ହସ୍ତଶିଲ୍ପ ପ୍ରଚାର ପାଇଁ ସେମାନଙ୍କ ସହ ସହଭାଗିତା ଗଠନ କରିବ।

Leave a Reply

Your email address will not be published. Required fields are marked *