ସୁଦାନରୁ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ‘ଅପରେସନ୍ କାବେରୀ’ ଆରମ୍ଭ କରିଛି।

ଗତ ୧୧ ଦିନ ଧରି ସୁଦାନ ଦେଶର ସେନା ଏବଂ ପାରାମିଲିଟାରୀ ଗୋଷ୍ଠୀ ମଧ୍ୟରେ ସାଂଘାତିକ ସଂଘର୍ଷର ଲାଗିରହିଛି ଯେଉଁଥିରେ ପ୍ରାୟ ୪୦୦ ଲୋକଙ୍କର ମୃତ୍ୟୁ ଘଟିଛି।
ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତୀୟ ନାଗରିକଙ୍କୁ ସୁଦାନରୁ ସ୍ଥାନାନ୍ତର କରିବା କାର୍ଯ୍ୟ ଚାଲିଛି ଏବଂ ପ୍ରାୟ ୫୦୦ ନାଗରିକ ସୁଦାନପୋର୍ଟରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ସରକାର ବର୍ତ୍ତମାନ ସମଗ୍ର ସୁଦାନରେ ଥିବା ୩୦୦୦ ରୁ ଅଧିକ ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି।

Leave a Reply

Your email address will not be published. Required fields are marked *