ଆଜିର ଷ୍ଟକ୍ ୱାଚ: ଆଦାନୀ, ମାରୁତି ସୁଜୁକି, HUL
ଆଦାନୀ ଗ୍ରୁପ୍: ସୋମବାର ଏକ କ୍ରେଡିଟ୍ ନୋଟ ରିଲିଜ କରି ଆଦାନୀ ଗ୍ରୁପ କହିଛି ଯେ କମ୍ପାନୀ ୨.୧୫ ବିଲିୟନ ଡ଼ଲାର୍ ଲୋନର ସମ୍ପୂର୍ଣ୍ଣ ପ୍ରିପେମେଣ୍ଟ କରିଛି ଯାହା କମ୍ପାନୀର ତାଲିକାଭୁକ୍ତ ସଂସ୍ଥାଗୁଡ଼ିକରେ ଅଂଶଧନ ବଦଳରେ ନିଆଯାଇଥିଲା ଏବଂ ଆମ୍ବୁଜା ସିମେଣ୍ଟ ଅଧିଗ୍ରହଣ ପାଇଁ ନିଆଯାଇଥିବା ୭୦୦ ମିଲିୟନ୍ ଡଲାର୍ ଋଣ ମଧ୍ୟ ପରିଶୋଧ ହୋଇଛି ।
ମାରୁତି ସୁଜୁକି: ଭାରତର ବୃହତ୍ତମ ଘରୋଇ କାର ଉତ୍ପାଦନକାରୀ ଏହାର ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ ଯୋଜନାକୁ ଆଗେଇ ନେବା ପାଇଁ ରୋହତକ ଏବଂ ମନେସରରେ ଦୁଇଟି ନୂତନ ସୋଲାର କାରଖାନା ସ୍ଥାପନ କରିଛି।
ହିନ୍ଦୁସ୍ତାନ ୟୁନିଲିଭର: FMCG ଉତ୍ପାଦନ କରୁଥିବା କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (HUL) ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛି ଯେ ଏହା ଆସନ୍ତା କିଛି ସପ୍ତାହ ମଧ୍ୟରେ ସାବୁନ୍, ଡିଟରଜେଣ୍ଟ ଏବଂ ସାମ୍ପୁ ମୂଲ୍ୟ ହ୍ରାସ କରିବ।



