News On 10
01
ଆଜିର ଷ୍ଟକ୍ ୱାଚ : ଅଶୋକ ଲେଲ୍ୟାଣ୍ଡ, ବାୟୋକନ୍,ଅମର ରାଜା ବ୍ୟାଟେରୀ
ଅଶୋକ ଲେଲ୍ୟାଣ୍ଡ: FY23 ର ଚତୁର୍ଥ ତ୍ରୈମାସିକରେ କମ୍ପାନୀ ନିଟ୍ ଲାଭ ୮୦ ଗୁଣ ବୃଦ୍ଧି ହୋଇ ୮୦୩ କୋଟି ଟଙ୍କା ଲାଭ ପୋଷ୍ଟ କରିଛି | ଅପରେସନରୁ ଆୟ ୩୩ ପ୍ରତିଶତ ବୃଦ୍ଧି ପାଇ ୯,୯୨୭ କୋଟିରୁ ୧୩,୨୦୩ କୋଟିରେ ପହଞ୍ଚିଛି |
ବାୟୋକନ୍: କମ୍ପାନୀ ୨୦୨୨-୨୩ ମସିହାରେ ଚତୁର୍ଥ ତ୍ରୈମାସିକରେ ନିଟ୍ ଲାଭ ୩୧ ପ୍ରତିଶତ ବୃଦ୍ଧି ହୋଇ ୩୨୩ କୋଟିରେ ପହଞ୍ଚିଛି ଯେତେବେଳେ ୨୦୨୧-୨୨ ମସିହାରେ ସମାନ ସମୟ ମଧ୍ୟରେ ୨୩୯ କୋଟି ଟଙ୍କା ଥିଲା। ଅପରେସନରୁ ଆୟ ୫୭ ପ୍ରତିଶତ ବୃଦ୍ଧି ପାଇ ୨,୪୦୯ କୋଟିରୁ ୩,୭୭୪ କୋଟିରେ ପହଞ୍ଚିଛି।
ଅମର ରାଜା ବ୍ୟାଟେରୀ: କମ୍ପାନୀ ୨୦୨୨-୨୩ ଜାନୁୟାରୀରୁ ମାର୍ଚ୍ଚ ତ୍ରୈମାସିକରେ ନିଟ୍ ଲାଭ ୪୧% ଅଭିବୃଦ୍ଧି ସହ ୧୩୯ କୋଟି ଟଙ୍କା ଲାଭ ପୋଷ୍ଟ କରିଛି। ଅପରେସନରୁ ଆୟ ୧୧ ପ୍ରତିଶତ ବୃଦ୍ଧି ପାଇ ୨,୧୮୧ କୋଟିରୁ ୨,୪୨୯ କୋଟିରେ ପହଞ୍ଚିଛି।



