ଆଜିର ଷ୍ଟକ୍ ୱାଚ: ଜେଏସଡବ୍ଲୁ ଷ୍ଟିଲ, ମାରୁତି ସୁଜୁକି, ONGC

ଜେଏସଡବ୍ଲୁ ଷ୍ଟିଲ: ଟେକ୍ ରିସୋର୍ସର ଇସ୍ପାତ ତିଆରିରେ କୋଇଲା ବ୍ୟବସାୟ ଏଲକ ଭ୍ୟାଲି ରିସୋର୍ସରେ ୭୫ ପ୍ରତିଶତ ଅଂଶଧନ ହାସଲ କରିବାକୁ କମ୍ପାନୀ ନଜର ରଖିଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ସମ୍ଭାବ୍ୟ ଡିଲ୍ ମୂଲ୍ୟ ୮ ବିଲିୟନ ଡଲାର।

ମାରୁତି ସୁଜୁକି: ମାର୍ଚ୍ଚ ୨୦୨୫ ସୁଦ୍ଧା କମ୍ପାନୀ ଏହାର ପ୍ରିମିୟମ୍ ଆଉଟଲେଟ୍ ୫୭ ଟି ନେକ୍ସା ଶୋ’ରୁମ୍, ଖୋଲିବାକୁ ଯୋଜନା କରିଛି । ଏହାର ଟପ ଏଣ୍ଡ ଯାନଗୁଡିକର ଚାହିଦା ବଢ଼ିବାରେ ଲାଗିଛି ବୋଲି ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ମାର୍କେଟିଂ ଆଣ୍ଡ ସେଲସ) ଶଶାଙ୍କ ଶ୍ରୀବାସ୍ତବ ଗୁରୁବାର ଦିନ କହିଛନ୍ତି। ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ମୋଟ ବିକ୍ରିର ପ୍ରାୟ ୩୧.୯ ପ୍ରତିଶତ ନେକ୍ସାରୁ ଆସିଛି ବୋଲି ଶ୍ରୀବାସ୍ତବ କହିଛନ୍ତି।

ONGC: ରାଷ୍ଟ୍ରାୟତ୍ତ ତୈଳ ଅନୁସନ୍ଧାନକାରୀ କମ୍ପାନୀ ଲୋ କାର୍ବନ ଏନର୍ଜି ପ୍ଲେୟାର ହେବା ପାଇଁ ନବୀକରଣ ଯୋଗ୍ୟ ଶକ୍ତି, ଗ୍ରୀନ ହାଇଡ୍ରୋଜେନ ସହିତ ଲୋ କାର୍ବନ ଏନର୍ଜି ପ୍ରୋଜେକ୍ଟରେ ଏହି ଦଶନ୍ଧି ଶେଷ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି ।

Leave a Reply

Your email address will not be published. Required fields are marked *