୧୨୭ ବର୍ଷର କନଗ୍ଲୋମରେଟ ଗୋଡ୍ରେଜ ଗ୍ରୁପ ଦୁଇ ଭାଗରେ ବିଭକ୍ତ !

ମଲ୍ଟି ବିଲିୟନ ଡଲାର ଗୋଡ୍ରେଜ ପରିବାର ରିଅଲ ଇଷ୍ଟେଟରୁ ଉପଭୋକ୍ତା ଉତ୍ପାଦ ପର୍ଯ୍ୟନ୍ତ ବ୍ୟାପିଥିବା ଗୋଡ୍ରେଜ ଗ୍ରୁପକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଗୋଡ୍ରେଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ (GIG), ଯେଉଁଥିରେ ଲିସ୍ଟେଡ଼ କମ୍ପାନୀଗୁଡିକ ଯଥା ଗୋଡ୍ରେଜ୍ ଇଣ୍ଡଷ୍ଟ୍ରିଜ୍, ଗୋଡ୍ରେଜ୍ କଂଜୁମର ପ୍ରଡକ୍ଟସ, ଗୋଡ୍ରେଜ୍ ପ୍ରପର୍ଟିଜ୍, ଗୋଡ୍ରେଜ୍ ଆଗ୍ରୋଭେଟ୍ ଏବଂ ଆଷ୍ଟେକ୍ ଲାଇଫ ସାଇନ୍ସେସ୍ ଏବଂ ତତ୍ସହିତ ଇନୋଭିଆ ମଲ୍ଟିଭେଣ୍ଟର୍ସ ପ୍ରାଇଭେଟ ଲିମିଟେଡ୍, ଗୋଡ୍ରେଜ୍ ସିଡ ଏବଂ ଜେନେଟିକ୍ସ ଏବଂ ଅନାମୁଡି ରିଏଲ୍ ଇଷ୍ଟେଟ୍ ଏବଂ ଅନ୍ୟ ସହାୟକ କମ୍ପାନୀ ଏବଂ ମିଳିତ ଉଦ୍ୟୋଗସବୁ ଅନ୍ତର୍ଭୁକ୍ତ | ନାଦିର ଗୋଡ୍ରେଜ ଏହାର ଅଧ୍ୟକ୍ଷ ରହିବେ ଏବଂ ଆଦି ଗୋଡ୍ରେଜ, ନାଦିର ଗୋଡ୍ରେଜ ଏବଂ ସେମାନଙ୍କ ପରିବାର ଦ୍ୱାରା GIG ନିୟନ୍ତ୍ରିତ ହେବ | ଆଦି ଗୋଡ୍ରେଜଙ୍କ ପୁଅ ପି. ଗୋଡ୍ରେଜ GIG ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରହିବେ |

ଅନ୍ୟ ପଟେ, ଗୋଡ୍ରେଜ୍ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍ (GEG) ରେ ଲିସ୍ଟେଡ଼ ହୋଇନଥିବା ଗୋଡ୍ରେଜ୍ ଆଣ୍ଡ ବଏସ୍ ଉତ୍ପାଦନ କମ୍ପାନୀ, ଗୋଡ୍ରେଜ୍ ହୋଲ୍ଡିଂସ୍ ପ୍ରାଇଭେଟ ଲିମିଟେଡ୍ ଏବଂ ଗୋଡ୍ରେଜ୍ ଇନଫୋଟେକ୍ ଲିମିଟେଡ୍ ଏବଂ ସେମାନଙ୍କର ସମସ୍ତ ସହାୟକ ତଥା ମିଳିତ ଉଦ୍ୟୋଗ ଏବଂ RKNE ଏଣ୍ଟରପ୍ରାଇଜେସ୍ ଅନ୍ତର୍ଭୁକ୍ତ ହେବ | ଏରୋସ୍ପେସ୍, ବିମାନ ଚଳାଚଳ, ପ୍ରତିରକ୍ଷା, ଆଇଟି, ସଫ୍ଟୱେର୍, ଭିତ୍ତିଭୂମି ସଲ୍ୟୁସନ ମଧ୍ୟରେ ଥିବା ଏକାଧିକ ଶିଳ୍ପଗୁଡିକରେ GEG ର ଉପସ୍ଥିତି ରହିଛି | ବର୍ତ୍ତମାନ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଜେ ଗୋଡ୍ରେଜ୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ ହୋଲକର ଏବଂ ସେମାନଙ୍କ ପରିବାର ଦ୍ୱାରା GEG ନିୟନ୍ତ୍ରିତ ହେବ |

Leave a Reply

Your email address will not be published. Required fields are marked *