ଏହି ସପ୍ତାହରେ ଇଣ୍ଡିଆନ୍ ଷ୍ଟାର୍ଟଅପ୍ ପୁଞ୍ଜି ନିବେଶ ୪୩୨ ନିୟୁତ ଡଲାର୍

ଭାରତୀୟ ଷ୍ଟାର୍ଟଅପ୍ ଗୁଡିକ ଏହି ସପ୍ତାହରେ ୨୪ଟି କାରବାରରେ ପୁଞ୍ଜି ନିବେଶ ୪୩୨ ନିୟୁତ ଡଲାର୍ ପାଇଛନ୍ତି | ଏଣ୍ଟରପ୍ରାଇସଟେକ୍ ହ୍ବାଟଫିକ୍ସ ୧୨୫ ମିଲିୟନ ଡଲାର ସଂଗ୍ରହ କରି ଏହି ସପ୍ତାହର ସବୁଠାରୁ ବଡ ପାଣ୍ଠି ସଂଗ୍ରହ ରୂପେ ଉଭା ହୋଇଛି | ମୋଟ ୧୮୮.୪ ମିଲିୟନ ଡ଼ଲାର୍ ସହିତ ଏହି ସେକ୍ଟର ଏହି ସପ୍ତାହରେ ସବୁଠାରୁ ଅଧିକ ପୁଞ୍ଜି ପ୍ରାପ୍ତ କ୍ଷେତ୍ର ଭାବରେ ଉଭା ହୋଇଛି | ଏଥିସହିତ ଫିଂଟେକ ସେକ୍ଟର ମଧ୍ୟ ୧୦୧ ମିଲିୟନ ଡ଼ଲାର୍ ସଂଗ୍ରହ କରିଛି | ଡିଲ ଗଣନା ଦୃଷ୍ଟିରୁ ମଧ୍ୟ ଏଣ୍ଟରପ୍ରାଇସଟେକ୍ ସେକ୍ଟର ସର୍ବାଧିକ ୯ଟି କାରବାର କରିଥିବାର ରିପୋର୍ଟ ହୋଇଛି | ନୂଆ ଷ୍ଟାର୍ଟଅପ୍ ପାଣ୍ଠି କାର୍ଯ୍ୟକଳାପ ଏହି ସପ୍ତାହରେ ୪୪.୫ ନିୟୁତ ଡଲାର୍ ହୋଇଛି |

Leave a Reply

Your email address will not be published. Required fields are marked *