ଅନକ୍ଲେମଡ଼ ଡିପୋଜିଟ ପାଇଁ ୩ ରୁ ୪ ମାସରେ ପୋର୍ଟାଲ ଖୋଲାଯିବ: ଆର ବି ଆଇ

୧୦ ବର୍ଷ ଧରି ବ୍ୟାଙ୍କରେ ଅନକ୍ଲେମଡ଼ ଜମା ଥିଲା | ଏହି ଟଙ୍କାର କେହି ଦାବିଦାର ନଥିବାରୁ ସେସବୁ ଅରବିଆଇକୁ ପଠାଇ ଦିଆଯାଇଛି| ସମସ୍ତ ବ୍ୟାଙ୍କ ଜମାଗୁଡିକ ଆରବିଆଇ ଦ୍ବାରା ପରିଚାଳିତ ‘Depositor Education and Awareness’ (DEA) ପାଣ୍ଠିକୁ ସ୍ଥାନାନ୍ତରିତ ହୋଇଛି |ଏସବିଆଇ ଏବଂ ପିଏନବି ସମେତ ପବ୍ଲିକ ସେକ୍ଟର ବ୍ୟାଙ୍କ (PSBs) ଫେବୃଆରୀ ୨୦୨୩ ଶେଷରେ ଅନକ୍ଲେମଡ଼ ଡିପୋଜିଟ ୩୫୦୧୨ କୋଟି ଟଙ୍କାକୁ ଆରବିଆଇକୁ ହସ୍ତାନ୍ତର କରିଛନ୍ତି | ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୮୦୮୬ କୋଟି ଟଙ୍କା ସହ ଏହି ଚାର୍ଟରେ ଶୀର୍ଷରେ ରହିଛି, ତା’ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୫୩୪୦ କୋଟି, କାନାରା ବ୍ୟାଙ୍କର ୪୫୫୮ କୋଟି ଏବଂ ବ୍ୟାଙ୍କ ଅଫ୍ ବରୋଦାର ୩୯୦୪ କୋଟି ଟଙ୍କା ତାଲିକାରେ ଦର୍ଶାଯାଇଅଛି ।

ବ୍ୟାଙ୍କ ଅନୁଯାୟୀ ତାଲିକା ଏହିପରି :

Source: Lok Sabha/Information available with RBI about unaudited balances with RBI as at
the end of February, 2023

ଜମାକାରୀଙ୍କ ଟଙ୍କା ସୁରକ୍ଷା ଏକ ଅତ୍ୟଧିକ ଦରକାରୀ ଉଦ୍ଦେଶ୍ୟ ହୋଇଥିବାରୁ ଆରବିଆଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି. ୩ରୁ ୪ ମାସ ମଧ୍ୟରେ ଏକ ପୋର୍ଟାଲ ଖୋଲାଯିବ. ଜମାକାରୀ ମାନେ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିବେ. ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରିବା ପରେ ଏହି ଅନକ୍ଲେମଡ଼ ଡିପୋଜିଟ ଠିକ୍ ମାଲିକ କିମ୍ବା ହିତାଧିକାରୀଙ୍କ ନିକଟକୁ ଫେରାଇ ଦିଆଯିବ।

Leave a Reply

Your email address will not be published. Required fields are marked *