News On 10
01
ରପ୍ତାନିକାରୀଙ୍କ ପାଇଁ ଟିକସ ଫେରସ୍ତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ
ଦେଶର ହ୍ରାସ ପାଉଥିବା ବାହ୍ୟ ପରିବହନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରପ୍ତାନିକାରୀଙ୍କୁ ପୂର୍ବରୁ ଫେରସ୍ତ କରାଯାଇ ନ ଥିବା ଟିକସ ଏବଂ ଶୁଳ୍କର ଫେରସ୍ତ ପାଇଁ ସରକାର ଶୁକ୍ରବାର ଦିନ ଏକ ଯୋଜନା ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେମିଶନ ଅଫ ଡ୍ୟୁଟିଜ ଆଣ୍ଡ ଟାକ୍ସସ ଅନ ଏକ୍ସପୋର୍ଟେଡ଼ ପ୍ରଡକ୍ଟସ (RoDTEP) ଯୋଜନାକୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଏହି ଯୋଜନା ରପ୍ତାନୀକାରୀଙ୍କୁ ପ୍ରାୟ ୫୦,୦୦୦ କୋଟି ଟଙ୍କା ପ୍ରୋତ୍ସାହନ ଦେବ ।



