ମହା ଶିବରାତ୍ରୀ ଶୁଭ ଅବସରରେ ମହା ଉତ୍ସବ

ଆଜି ଶୁକ୍ରବାର ଦିନ ମହା ଶିବରାତ୍ରୀ ଶୁଭ ଅବସରରେ ସାରା ଦେଶରେ ତଥା ଓଡ଼ିଶାର ପ୍ରମୁଖ ଶିବ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ବହୁ ସଂଖ୍ୟାରେ ଭକ୍ତମାନଙ୍କର ଭିଡ ଜମିଛି | ଧବଳେଶ୍ୱରଙ୍କ ଠାରୁ କପିଳାଶ ଏବଂ ଲିଙ୍ଗରାଜଙ୍କ ଠାରୁ ଲୋକନାଥଙ୍କ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶିବ ମନ୍ଦିରରେ ଦିନସାରା ବିଶେଷ କରି ସନ୍ଧ୍ୟାରେ ବହୁ ସଂଖ୍ୟାରେ ଭକ୍ତଙ୍କ ପାଇଁ ଭବ୍ୟ ଆୟୋଜନ କରାଯାଉଛି | ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ଭଗବାନ ଶିବଙ୍କ ଦର୍ଶନ ପାଇବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ ରାତି ୧୦ ଟାରେ ଆଜି ଲିଙ୍ଗରାଜ ମନ୍ଦିରରେ ‘ମହାଦୀପ’ ଉଠିବ ବୋଲି ସ୍ଥିର ହୋଇଛି |

Leave a Reply

Your email address will not be published. Required fields are marked *