ଏହି ସପ୍ତାହରେ ଇଣ୍ଡିଆନ୍ ଷ୍ଟାର୍ଟଅପ୍ ପୁଞ୍ଜି ନିବେଶ ୩୧୬.୪ ନିୟୁତ ଡଲାର୍

ଭାରତୀୟ ଷ୍ଟାର୍ଟଅପ୍ ଗୁଡିକ ଏହି ସପ୍ତାହରେ ୨୩ଟି କାରବାରରେ ପୁଞ୍ଜି ନିବେଶ ୩୧୬.୪ ନିୟୁତ ଡଲାର୍ ପାଇଛନ୍ତି | ଡିଜିଟାଲ ଫର୍ମାସୀ ଫାର୍ମଇଜି ୨୧୬.୨ ମିଲିୟନ ଡଲାର ସଂଗ୍ରହ କରି ଏହି ସପ୍ତାହର ସବୁଠାରୁ ବଡ ପାଣ୍ଠି ସଂଗ୍ରହ ରୂପେ ଉଭା ହୋଇଛି | ତିନୋଟି କାରବାରରେ ମୋଟ ୨୩୬.୨ ମିଲିୟନ ଡ଼ଲାର୍ ସହିତ ହେଲଥଟେକ ସେକ୍ଟର ଏହି ସପ୍ତାହରେ ସବୁଠାରୁ ଅଧିକ ପୁଞ୍ଜି ପ୍ରାପ୍ତ କ୍ଷେତ୍ର ଭାବରେ ଉଭା ହୋଇଛି | ଡିଲ ଗଣନା ଦୃଷ୍ଟିରୁ ଇକମର୍ସ ସେକ୍ଟର ସର୍ବାଧିକ ୫ଟି କାରବାର କରି ୮.୨ ମିଲିୟନ ଡ଼ଲାର୍ ପାଇଥିବାର ରିପୋର୍ଟ ହୋଇଛି | ନୂଆ ଷ୍ଟାର୍ଟଅପ୍ ପାଣ୍ଠି କାର୍ଯ୍ୟକଳାପ ଏହି ସପ୍ତାହରେ ୧୨.୩ ନିୟୁତ ଡଲାର୍ ହୋଇଛି |

Leave a Reply

Your email address will not be published. Required fields are marked *