ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରଥମ ପର୍ଯ୍ୟାୟ ବିନିଯୋଗରେ ୟୁକେ କମ୍ପାନୀରୁ ଓଡିଶାକୁ ମିଳିଛି ୩୦୦୦୦ କୋଟି |

ଗତ ବର୍ଷ ଘୋଷଣା କରାଯାଇଥିଲା ଯେ ବ୍ରିଟେନର SRAM & MRAM ଗ୍ରୁପ୍ ସେମି କଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ପାଇଁ ଓଡିଶାରେ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ୩୦୦୦୦ କୋଟି ଟଙ୍କା ପାଇଛି ବୋଲି କମ୍ପାନୀ ନିଶ୍ଚିତ କରିଛି। ରାଜ୍ୟରେ ସେମିକଣ୍ଡକ୍ଟର ଫ୍ୟାବ ପ୍ରକଳ୍ପ ନିର୍ମାଣ ପାଇଁ ଇପିକଲ(IPOCOL) , ଓଡିଶା ସରକାର ଏବଂ SRAM & MRAM ଟେକ୍ନୋଲୋଜି ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି। ଗ୍ରୁପର ଇନଭେଷ୍ଟମେଣ୍ଟ ଆର୍ମ ଷ୍ଟାର୍ଟଅପ୍ ୱିଙ୍ଗ ରାଜ୍ୟରେ ପୁଞ୍ଜି ବିନିଯୋଗର ନେତୃତ୍ବ ନେଉଛି | ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଏହି ବ୍ରିଟେନ କମ୍ପାନୀ ବିଶ୍ବର ଟେକ୍ନୋଲୋଜି ସହଭାଗୀ କମ୍ପାନୀ ଆଣିବ, ଯେଉଁମାନେ ଓଡିଶାରେ ସେମିକଣ୍ଡକ୍ଟର ଉତ୍ପାଦନରେ ଜଡିତ ହେବେ।

Leave a Reply

Your email address will not be published. Required fields are marked *