ଆଜିର ଷ୍ଟକ୍ ୱାଚ: ଆଇସିଆଇସିଆଇ ବ୍ୟାଙ୍କ, ସ୍ପାଇସଜେଟ୍, ପତଞ୍ଜଳି ଫୂଡ୍ସ

ଆଇସିଆଇସିଆଇ ବ୍ୟାଙ୍କ ଏବଂ ଫୋନ୍ ପେ: ଫୋନ୍ କମ୍ପାନୀ ଆପରେ ଗ୍ରାହକଙ୍କୁ ପ୍ରି-ଆପ୍ରୁଭ୍ଡ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ ଲାଇନ୍ ପ୍ରଦାନ କରିବାକୁ ଉଭୟ କମ୍ପାନୀ ସହଭାଗୀ ହୋଇଛନ୍ତି | ଫୋନ୍ ପେ ୪୯ ପ୍ରତିଶତ ବଜାର ଅଂଶ ସହିତ UPI ସ୍ପେସ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି |

ସ୍ପାଇସଜେଟ୍: କ୍ୱାଲିଫଏଡ ଇନଷ୍ଟିଚୁସନାଲ ପ୍ଲେସମେଣ୍ଟ ମାଧ୍ୟମରେ ୩୦୦୦ କୋଟି ଟଙ୍କା ପାଣ୍ଠି ସଂଗ୍ରହ ପରେ ସ୍ପାଇସଜେଟ୍ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୩୬ ଗ୍ରାଉଣ୍ଡ ବିମାନକୁ ସେବାକୁ ଫେରାଇ ଆଣିବାକୁ 400 କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି | ଅପରେସନ ବୃଦ୍ଧି ପାଇଁ ସାତୋଟି ବିମାନ ମଧ୍ୟ ଲିଜ୍ ଦେଉଛି |

ପତଞ୍ଜଳି ଫୂଡ୍ସ : ଏହାର FMCG ପୋର୍ଟଫୋଲିଓ ବୃଦ୍ଧି ପାଇଁ ପତଞ୍ଜଳି ଆୟୁର୍ବେଦର ହୋମ ଓ ପର୍ଶନଲ କେୟାର ବିଜନେସ କୁ ୧୧୦୦ କୋଟି ଟଙ୍କାରେ ଅଧିଗ୍ରହଣକୁ CCI ଅନୁମୋଦନ କରିଛି |

Leave a Reply

Your email address will not be published. Required fields are marked *