ଆଜିର ଷ୍ଟକ୍ ୱାଚ: ଏସବିଆଇ ଲାଇଫ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,ମାରୁତି ସୁଜୁକି

ଏସବିଆଇ ଲାଇଫ: ସାହାରା ଇଣ୍ଡିଆ ଲାଇଫ ଇନସୁରାନ୍ସର ପଲିସି ଦାୟିତ୍ବକୁ ଏସବିଆଇ ଲାଇଫକୁ ସ୍ଥାନାନ୍ତର କରିବା ପାଇଁ ସିକ୍ୟୁରିଟି ଆପିଲେଟ ଟ୍ରିବ୍ୟୁନାଲ (ସ୍ୟାଟ) ଆଇଆରଡିଏଆଇଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ଜୁନ୍ ୨ ରେ, ଆଇଆରଡିଏଆଇ ସାହାରା ଲାଇଫ୍ ର ପ୍ରାୟ ୨ ଲକ୍ଷ ପଲିସିର ପଲିସି ଦାୟିତ୍ବ ଗ୍ରହଣ କରିବାକୁ ଏସବିଆଇ ଲାଇଫ୍ ଇନସୁରାନ୍ସକୁ ନିର୍ଦ୍ଦେଶ ଦେଇଥିଲା କାରଣ ସାହାରା ଇଣ୍ଡିଆ ଲାଇଫ ନିୟାମକ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଥିଲା।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: ୨୦୩୦ ସୁଦ୍ଧା କମ୍ପାନୀ ଏହାର ନୂତନ ଶକ୍ତି ବ୍ୟବସାୟରୁ ୧୦-୧୫ ବିଲିୟନ ଡ଼ଲାର୍ ରୋଜଗାର କରିପାରିବ କିନ୍ତୁ ଟେକ୍ନୋଲୋଜିରେ ସୀମିତ ପାରଦର୍ଶୀତା ପାଇଁ ଅଧିଗ୍ରହଣ କିମ୍ବା ସହଭାଗୀତା ଆବଶ୍ୟକ କରିବ ବୋଲି ସାନଫୋର୍ଡ ସି ବର୍ନଷ୍ଟାଇନଙ୍କ ଏକ ରିପୋର୍ଟରେ କୁହାଯାଇଛି।

ମାରୁତି ସୁଜୁକି: ଚାରି ଚକିଆ ମୁଖ୍ୟ କମ୍ପାନୀ ଏକ ନୂତନ ଏମ ପି ଭି ଗାଡି (MPV) – ଇନଭିକ୍ଟୋ – ଆସନ୍ତା ମାସରେ ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନୀର ପ୍ରଥମ ଯାତ୍ରୀବାହୀ ଯାନ ହେବ ଯାହାକି ୨୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଏକ୍ସ-ଶୋ’ରୁମ ମୂଲ୍ୟର ହେବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ମଙ୍ଗଳବାର ଦିନ କହିଛନ୍ତି।

Leave a Reply

Your email address will not be published. Required fields are marked *