News On 10
01
ଓଡିଶା ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ଅତି କମରେ 233 ଜଣ ପ୍ରାଣ ହରାଇଛନ୍ତି
ବେଙ୍ଗାଲୁରୁ-ହାଓ୍ ଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରୋମଣ୍ଡେଲ ଏକ୍ସପ୍ରେସ ଏବଂ ଏକ ଗୁଡ଼ସ ଟ୍ରେନ ସହିତ ଓଡିଶାରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୩୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୯୦୦ ଲୋକ ଆହତ ହୋଇଛନ୍ତି। ନିକଟ ଅତୀତରେ ଭାରତର ସବୁଠାରୁ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଶୁକ୍ରବାର ଦିନ ସନ୍ଧ୍ୟା ପ୍ରାୟ 7 ଟା ସମୟରେ କୋଲକାତାର ଦକ୍ଷିଣରୁ ୨୫୦ କିଲୋମିଟର ଦୂରରେ ଏବଂ ଭୁବନେଶ୍ୱରର ୧୭୦ କିଲୋମିଟର ଉତ୍ତରରେ ବାଲେଶ୍ୱର ଜିଲ୍ଲାର ବାହାନାଗର ବଜାର ଷ୍ଟେସନ ନିକଟରେ ଘଟିଛି। ସମସ୍ତ ବିଶିଷ୍ଟ ରାଜନେତା ତଥା ବ୍ୟକ୍ତି ଏ ମର୍ମନ୍ତୁଦ ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି । ମହାମାରୀ ପରେ ଏ ବିଭତ୍ସ ଘଟଣା ପାଇଁ ଦାୟୀ କିଏ ଏହା ପଛରେ ଜଣାପଡିବ କିନ୍ତୁ ପ୍ରଥମେ ଜୀବନ ବଞ୍ଚାଇବାର ପ୍ରୟାସ ମାନବିକତାର ଆହ୍ୱାନ।



